24/09/2022
ପ୍ରତ୍ୟକ ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ସମ୍ମିଳନୀ ନିମ୍ନମତେ କରିବା ପାଇଁ ଅନୁରୋଧ l
1. ସମ୍ମିଳନୀର ସମସ୍ତ ଉପସ୍ଥିତ ସଦସ୍ୟ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ l
2. ଉକ୍ତ ରେଜିଷ୍ଟ୍ରେସନ କାଗଜକୁ ଜିଲ୍ଲା ସଭାପତି whatsaap ମାଧ୍ୟମରେ ସମ୍ମିଳନୀ ଦିନ ହିଁ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବେ l
3. ସମ୍ମିଳନୀରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଗୋଟିଏ ଗୋଟିଏ ବା ଯିଏ ଚାହିଁବ ଏକାଧିକ ସକ୍ରିୟ ସଦସ୍ୟ ପଞ୍ଜିକରଣ ଫର୍ମ ଦିଆଯିବ ଏବଂ ସପ୍ତାହକ ମଧ୍ୟରେ ଏହାକୁ ପୂରଣ କରି ଦେବା ପାଇଁ ଘୋଷଣା କରାଯିବ l
4. ପ୍ରତ୍ୟକ ସମ୍ମିଳନୀରେ ଜିଲ୍ଲା ସଭାପତି ଏବଂ ବିଧାନ ସଭା ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବା ନିତ୍ୟାନ୍ତ ଆବଶ୍ୟକ l ବିଧାନ ସଭା ପର୍ଯ୍ୟବେକ୍ଷକ ଅନ୍ୟ ବିଧାନ ସଭାରୁ ଆସିଥିବା ଆବଶ୍ୟକ l
5. ଏହି ବିଧାନସଭା ସମ୍ମିଳନୀର ଦୁଇ ତିନୋଟି ଫଟୋ ଏବଂ ଭିଡ଼ିଓ ରାଜ୍ୟ କାର୍ଯ୍ୟାଳୟକୁ ପଠାଯିବା ଆବଶ୍ୟକ l
6. ମିଟିଂରେ ଆପ ସରକାରର ବିଭିନ୍ନ ସଫଳ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବା ସହିତ ପ୍ରତ୍ୟକ ପଂଚାୟତ, ଗ୍ରାମ, ମୁନିସିପାଲିଟି ୱାର୍ଡ ଏବଂ ବସ୍ତିରେ ସଂଗଠନ ଗଢିବା ପାଇଁ ଦାୟିତ୍ୱ ଦିଆଯିବା ଆବଶ୍ୟକ l
7. ବଡ ବଡ ବିଧାନ ସଭା କ୍ଷେତ୍ରରେ ଦୁଇଟି ଜାଗାରେ ମିଟିଙ୍ଗ କରିବା ପାଇଁ ଚିନ୍ତା କରାଯାଇପାରେ l
8. ଏହି ବିଧାନ ସଭା ସମ୍ମିଳନୀ ପାଇଁ ସ୍ଥାନୀୟ ଭାବରେ ସଦସ୍ୟମାନେ ନିଜେ ନିଜେ ସହଯୋଗ ଦେଇ ସମ୍ମିଳନୀର ଖର୍ଚ୍ଚ ଉଠାଇବେ l
9. ଅକଟୋବର 15 ତାରିଖ ସୁଦ୍ଧା ସମସ୍ତ ବିଧାନସଭା ସ୍ତରୀୟ କାର୍ଯ୍ୟକ୍ରମ ଶେଷ ହେବା ଆବଶ୍ୟକ l
ରାଜ୍ୟ ସଭାପତି
ନିଶିକାନ୍ତ ମହାପାତ୍ର